Tate Bainshibala Ta Kala Bayani Lyrics – Tate Bainshibala Ta Kala Bayani – Bhakti Nibedana Krushna Bhajan | Namita Agrawal | Sidharth Music
[fvplayer id=”16″]
Tate Bainshibala Ta Kala Bayani Lyrics Download
ତୋତେ ବଇଁଶୀ ବାଳ ତ କଲା ବାୟାଣୀ, ରାଧିକା ରାଣୀ
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ଦିନରାତି ତୋତେ କଲା ଉଚାଟ
ତା ଲାଗି ଯାଉଲୋ ଯମୁନା ଘାଟ
ଯମୁନା ଘାଟ ରେ କଳସୀ ଥୋଇ
ଜାଣି-ଜାଣି ତୁ କି ବୁଦ୍ଧି କଲୁ ଲୋ
କୁଳ ନାରୀ ତୁ କୁଲତା ହେଲୁ
ଜାଣି-ଜାଣି ତୁ କି ବୁଦ୍ଧି କଲୁ ଲୋ
କୁଳ ନାରୀ ତୁ କୁଲତା ହେଲୁ
ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ଦେଖିଛୁ ସିନା ସେଇ କହ୍ନେଇ ନାଟ
ଦେଖିନାହୁଁ ତାର ଛନ୍ଦ କପଟ
ବଡ଼ ଦଗାଦିଆ ମୁରଲୀଫୁଙ୍କା
ହଟନାଗର ସେ ନଟବର ଲୋ
ତାକୁ କରିଲୁ ଗଳା ର ହାର
ହଟନାଗର ସେ ନଟବର ଲୋ
ତାକୁ କରିଲୁ ଗଳା ର ହାର
ତୋତେ ବଇଁଶୀ ବାଲା ତ କଲା ବାୟାଣୀ, ରାଧିକା ରାଣୀ
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ସେ ତ କାଳିଆ କେଳା ତୁ ନାଗୁଣୀ
ପଦ୍ମତୋଳା ତା ବଇଁଶୀ ହେଲାଣି
ତୋତେ ବଇଁଶୀ ବାଲା ତ କଲା ବାୟାଣୀ
ତୋତେ ପିଆଇ ଦେଲା କି ମନ୍ତୁରା ପାଣି
ତୋତେ ବଇଁଶୀ ବାଲା ତ କଲା ବାୟାଣୀ
Tate Bainshibala Ta Kala Bayani Details
Song : Tate Bainshibala Ta Kala Bayani
Singer : Namita Agrawal
Album : Dahi Pasara
Album No : SM- 1260
Lyrics : Alekh Biswal
Music : Bipin Barik
Music Arrangement & Programming :
Music Label : Sidharth Music